ମୁଖ୍ୟ ଖବର

ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ

By Angul TV Bureau

November 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆକ୍ଷେତା ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକକୁ ଠେଙ୍ଗରେ ପିଟି ହତ୍ୟା ଅଭିଯୋଗ ହୋଇଛି। ମୃତକ ହେଲେ ଗାଁର ଟିକନ ସାହୁ(୪୮)।

ସୂଚନା ଯେ, ଟିକନ ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗରେ ଫିଟର କାମ କରନ୍ତି। ଶୁକ୍ରବାର ଗାଁରେ ବୈଠକ ଥିବାରୁ ସେ ଗାଁକୁ ଯାଇଥିଲେ । ସନ୍ଧ୍ୟାରେ ଗାଁ ପାଖରେ ସାଙ୍ଗମାନଙ୍କ ସହ ଖିଆପିଆ କରୁଥିଲେ। ସେହି ସମୟରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତମାନେ ଠେଙ୍ଗାରେ ନିସ୍ତୁକ ପିଟି ତାଙ୍କୁ ରାସ୍ତାରେ ପକାଇ ଦେଇଥିଲେ। ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।