ଅନୁଗୁଳ (Jugal Kishore Sahoo) : ଯୌତୁକ ଜନିତ ବଧୂହତ୍ୟା ନେଇ ଗୁରୁବାର କଣିହାଁ ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ନିଶା ଥାନା ଅଧୀନ ବାଲିଚନ୍ଦ୍ରପୁର ଗ୍ରାମର କାନ ବେହେରା(୪୫)ଙ୍କ ଝିଅ ଆରତୀ (୩୦) ରଞ୍ଜନାଗୁଣ୍ଡୁରୀ ଗ୍ରାମର ବୁଦ୍ଧିଆଙ୍କ ପୁଅ ଦୀନବନ୍ଧୁ ବେହେରା(୪୦) ଙ୍କୁ ଗତ ୮ ବର୍ଷ ତଳେ ବିବାହ କରିଥିଲେ। ତେବେ ଅଧ୍ଵକ ଯୌତୁକ ଦାବି କରି କିରୋସିନି ଢାଳି ତାଙ୍କ ଝିଅକୁ ମାରି ଦିଆଯାଇଥିବା ଝିଅର ମା’ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ୨୨୬|୨୦୨୧, ୪୯୮(ଏ)୩୦୨, ୪ଡ଼ିପି ଆକ୍ଟରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଦୀନବନ୍ଧୁଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆରତୀଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଶବ ବ୍ୟବଚ୍ଛେଦ ରିପୋର୍ଟ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି। ଗତ ୨୭ତାରିଖରେ ଏହି ଘଟଣା ଘଟିଥିଲା ।