ଘଟଣା ଓ ଦୁର୍ଘଟଣା

ପ୍ରେମ ଜାଲରେ ଫସାଇ ନାବାଳିକାକୁ ଅପହରଣ ଅଭିଯୋଗ: ଯୁବକ ଗିରଫ, ୨ ସହଯୋଗୀ ଫେରାର

By Sanjeeb Biswal

February 16, 2023

ଛେଣ୍ଡିପଦା : ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଟାକୁଆ ଗାଁର ସଞ୍ଜୟ ସାହୁଙ୍କ ପୁଅ ଟୁନା (୨୨) ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଟୁନା ସେହି ଗାଁର ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଚଳିତ ମାସ ୪ ତାରିଖ ରାତିରେ ଧରି ଗାଁରୁ ପଳାଇଥିଲା। ଏହି ଅପହରଣରେ ଗାଁର ରଞ୍ଜନ ସାହୁ ଓ କୁକୁରପେଟାର ଅନିଲ ସାହୁ ସହଯୋଗ କରିଥିଲେ ବୋଲି ନାବାଳିକାର ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ପୋକସୋ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଖବର ପାଇ ୧୪ ତାରିଖ ରାତିରେ ଛେଣ୍ଡିପଦା ପୋଲିସ କେନ୍ଦୁଝର ଜିଲ୍ଲା ବୀରକିଶୋରପୁର ଗାଁରୁ ଉଭୟଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଆଣିଥିଲେ। ବୁଧବାର ଟୁନାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସହଯୋଗୀ ରଞ୍ଜନ ଓ ଅନିଲ ଫେରାର ଅଛନ୍ତି। ପୋଲିସ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।