ଘଟଣା ଓ ଦୁର୍ଘଟଣା

ବିନା କାରଣରେ ମହିଳାଙ୍କୁ ଗାଳି ଗୁଲଜ ଅଭିଯୋଗ, ଯୁବକଙ୍କ ନାଁରେ ଥାନାରେ ଏତଲା

By Angul TV Bureau

April 27, 2023

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଧୂଣ୍ଡି ଗ୍ରାମର ସସ୍ମିତା ବିଶ୍ୱାଳଙ୍କୁ ସେହି ଗାଁର ପ୍ରହଲ୍ଲାଦ ବିଶ୍ୱାଳ ଗାଳି ଗୁଲଜ କରିଥିବା ନେଇ ବୁଧବାର ଦିନ ଥାନାରେ ଅଭିଯୋଗ ହୋଇଛି।

ତାଙ୍କ ଅଭିଯୋଗକୁ ଭିତ୍ତି କରି ବଇଣ୍ଡା ଫାଣ୍ଡି ପୋଲିସ ନମ୍ବର ୧୦୪/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ସୂଚନା ମୁତାବକ, ସସ୍ମିତା ଘରେ ଥିବା ବେଳେ ବିନା କାରଣରେ ପ୍ରହଲ୍ଲାଦ ଆସି ତାଙ୍କୁ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏଣୁ ସେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲାର ତଦନ୍ତ ଜାରି ରଖିଥିବା କହିଛି।