ମୁଖ୍ୟ ଖବର

ଶାସକ ଦଳର ଜୁଲମ୍ ! କନିଷ୍ଠ ଯନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ସଭାପତି ଦୁର୍ବ୍ୟବହାର କରିବା ସହ ମାରପିଟ୍ କରିଥିବା ଅଭିଯୋଗ

By Angul TV Bureau

December 15, 2022

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଗତ ମଙ୍ଗଳବାର ବିଜୁ ଛାତ୍ରଜନତା ସଭାପତି ହିମାଂଶୁ ଶେଖର ପ୍ରଧାନ (ସିପୁ) ଓ ଉପେନ୍ଦ୍ର ବେହେରା ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡମାରିବା ଘଟଣାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା ଆଠମଲ୍ଲିକ ଓ କିଆକଟା ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ସନ୍ଦୀପ ବେହେରା ନାମକ କନିଷ୍ଠ ଯନ୍ତ୍ରୀଙ୍କୁ ଗତ ମଙ୍ଗଳବାର ମାଡ଼ ହୋଇଛି। ଛାତ୍ରଜନତା ସଭାପତି ଶ୍ରୀ ପ୍ରଧାନ, ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅତ୍ୟନ୍ତ ଅନୁଗତ ଓ ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳଙ୍କ ଘନିଷ୍ଠ ସହଯୋଗୀ।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଆଠମଲ୍ଲିକ ବ୍ଲକକୁ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସମୀକ୍ଷା କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେହେରାଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ପୁରୁଣାମାଣତ୍ରୀ ପଞ୍ଚାୟତର ୫ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ବେଳେ ବିଧାୟକ ଶ୍ରୀ ସାଏଙ୍କ ସମର୍ଥକ ଛାତ୍ରଜନତା ସଭାପତି ଶ୍ରୀ ପ୍ରଧାନ ଓ ଶ୍ରୀ ବେହେରା ମଦ୍ୟପାନ କରି ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାସହ ମାରପିଟ କରିଥିଲେ। ଏହି ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇଥିବା ଜଣାଯାଇଛି।