ଅନୁଗୁଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୫୫%ରୁ ୫୮%କୁ ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ଜୁଲାଇ ୧, ୨୦୨୫ରୁ ଲାଗୁ ହେବ ଏବଂ ରାଜ୍ୟର ପ୍ରାୟ ୮ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଏହାଦ୍ୱାରା ଉପକୃତ ହେବେ। ଦୀପାବଳି ପୂର୍ବରୁ ଏହି ‘ଭେଟି’ ଘୋଷଣା କର୍ମଚାରୀଙ୍କ ମହଲରେ ଖୁସିର ମାହୋଲ ସୃଷ୍ଟି କରିଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କୃତଜ୍ଞତା ପ୍ରକାଶ କରିଛନ୍ତି।