ଅନ୍ୟାନ୍ୟ

ପୂଜା ବଜାରରେ ଧମାଲ ମଚାଇବ “ଆମ ଭାଇ ସୋମୁ ଭାଇ”

By Biswaranjan Pattnaik

September 11, 2026

ଅନୁଗୋଳ: ଆସନ୍ତା ପୂଜା ବଜାର ପାଇଁ ବହୁ ଗୀତ ରିଲିଜ୍ ହେଉଥିବା ବେଳେ ନିକଟରେ ଅନୁଗୋଳ ଯୁବ ନେତା ସୋମ୍ୟ ରଞ୍ଜନ ସାହୁଙ୍କ ପ୍ରଯୋଜିତ ଏବଂ ଅଜିତ୍ ଜେନାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ଏକ ଡ୍ୟାନସିଂ ସଙ୍ଗ ନିକଟରେ ରିଲିଜ୍ ହୋଇଯାଇଛି। ଏହି ଧମାଲ ସଙ୍ଗରେ କଣ୍ଠ ଦାନ କରିଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ ତାରିକ୍ ଅଜିଜ। ଗୀତ ଏବେ ୟୁଟ୍ୟୁବ୍ ରେ ବେଶ୍ ଟ୍ରେଣ୍ଡ କରୁଛି।

ଅନୁଗୋଳର ସୋମୁ ଭାଇଙ୍କ ସାହସ,ହିମ୍ମତ ଏବଂ ଲୋକପ୍ରିୟତାକୁ ନେଇ ଗୀତ ହିଟ୍ ହୋଇଛି। ସେ ଖେଳ ପଡ଼ିଆରେ ହେଉ କି ପୂଜା ବଜାର ଏପରିକି ସମାଜ ସେବା ପାଇଁ ମଧ୍ୟ ଶୋମୁ ଭାଇଙ୍କୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ କ୍ରେଜ୍ ରହିଛି।ତେଣୁ ଆମ ଭାଇ ସୋମୁଁ ଭାଇ ଗୀତଟି ଅନୁଗୋଳରେ ଅଲ୍ ଟାଇମ ହିଟ୍ ଗୀତ ହେବ ଏବଂ ପୂଜା ବଜାରରେ ଚର୍ଚ୍ଚାରେ ରହିବ ବୋଲି ଆଶା କରାଯାଉଛି।