ଅନ୍ୟାନ୍ୟ

ଅମଲାପଡା ପୂଜା କମିଟିର ନୂତନ କର୍ମକର୍ତ୍ତା

By Angul TV Bureau

September 14, 2021

ଅନୁଗୁଳ : ରବିବାର ସନ୍ଧ୍ୟାରେ ଅନୁଗୁଳ ଅମଲ।ପଡା ପୂଜା କମିଟିର ସାଧାରଣ ସଭା ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅମଲ।ପଡା ପଡିଆ ପରିସରରେ ଏକ ବିବାହ ମଣ୍ଡପ, ପ୍ରସ୍ତାବିତ ହୋଟେଲ ନିର୍ମାଣ ଏବଂ ଅଭିଯୋଗ ପରେ ପ୍ରଶାସନ ପଡିଆ ଗେଟରେ ତାଲା ପକାଇବା ଘଟଣାକୁ ନେଇ ପୂର୍ବ କର୍ମକର୍ତ୍ତାଙ୍କ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀଙ୍କ ଭିତରେ ପ୍ରବଳ କଥା କଟା କଟି ହୋଇଥିଲା। ଶେଷରେ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତା ମନୋନୟନ କରାଯାଇଥିଲା। କମିଟିର ସଭାପତି ଭାବେ ଭକ୍ତି ପ୍ରସାଦ ଦାସ, କାର୍ଯ୍ୟକାରୀ ସଭାପତି ଭାବେ ତପନ କୁମାର ଦାସ, ଉପସଭାପତି ଭାବେ ନରୋତ୍ତମ ମହାନ୍ତି ,ଅଜୟ ପଟ୍ଟନାୟକ, ସାଧାରଣ ସମ୍ପାଦକ ଭାବେ ଦୀପକ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ଭାବେ ତୋଫାନ ତ୍ରିପାଠୀ, ସୁକାନ୍ତ ସାହୁ, କୋଷାଧ୍ୟକ୍ଷ ଭାବେ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଏବଂ ସହକାରୀ କୋଷାଧ୍ୟକ୍ଷ ଭାବେ ଜ୍ୟୋତି ପ୍ରକାଶ ତ୍ରିପାଠୀ ମନୋନୀତ ହୋଇଛନ୍ତି।