ଅନ୍ୟାନ୍ୟ

ଅମଲାପଡା ପଡିଆ ପବ୍ଲିକଙ୍କ ପାଇଁ ଖୋଲିଲା

By Biswaranjan Pattnaik

September 01, 2021

ଅନୁଗୁଳ: ବହୁ ବିବାଦୀୟ ହୋଇପଡିଥିବା ଅନୁଗୁଳ ଅମଲା ପଡ଼ା ପଡିଆ ପ୍ରାୟ ଏକ ମାସ ସିଲ ହେବା ପରେ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ସିଲ ଖୋଲି ଦିଆଯାଇଛି।ଏଠାରେ ପ୍ରକାଶ ଯୋଗ୍ୟ ଅମଲାପଡା କ୍ଲବର କିଛି କର୍ମକର୍ତା ବେଆଇନ ଭାବେ ପଡିଆ ପରିସରରେ ଏକ ହୋଟେଲ ଖୋଲିବାକୁ ଉଦ୍ୟମ କରିବା ସହ ବିଭିନ୍ନ ନିର୍ମାଣ କାର୍ଯ୍ୟ କରିଥିଲେ ଯାହାକୁ ସାହିବାସୀ ଏବଂ କ୍ଲବର ସଦସ୍ୟମାନେ ବିରୋଧ କରିଥିଲେ। ଅଭିଯୋଗ ହେବାପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ପୌର ନିର୍ବାହୀ ଅଧିକାରୀ ପଡିଆକୁ ସିଲ କରିଦେଇଥିଲେ।ତେବେ ପଡିଆ ସିଲ ହେବା ଯୋଗୁଁ ପିଲାମାନେ ଖେଳିବାରେ ଅସୁବିଧା ହେବାରୁ ସାହିର ଗଣମାନ୍ୟ ବ୍ୟକ୍ତିମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଶେଷରେ ପୌରପାଳିକା ପକ୍ଷରୁ ଆଜି ସିଲ ଖୋଲି ଦିଆଯାଇଛି।ଏଥିରେ ସ୍ଥାନୀୟ ଅମଲାପଡା ବାସୀ ଆନନ୍ଦ ପ୍ରକାଶ କରିଛନ୍ତି।