ମୁଖ୍ୟ ଖବର

ଆମ୍ବେଦକର ଭବନ ଭାଙ୍ଗିବା ମାମଲା: ଜୁନ ୭ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

By Biswaranjan Pattnaik

May 30, 2023

ଅନୁଗୁଳ: ଅନୁଗୁଳ ହାଇସ୍କୁଲ ପଡ଼ିଆ ନିକଟରେ ନିର୍ମାଣ କରାଯାଇଥିବା ଆମ୍ବେଦକର ଭବନକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଦିଆ ଯାଇଥିବାରୁ ଏହାର ପ୍ରତିବାଦରେ ଆମ୍ବେଦକର ଫାଉଣ୍ଡେସନ ତୀବ୍ର ନିନ୍ଦା କରିବା ସହ ଆସନ୍ତା ଜୁନ ୭ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଘେରାଉ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର କର୍ମକର୍ତାମାନେ ସବିଶେଷ ବିବରଣୀ ଦେଇଥିଲେ।ସେମାନଙ୍କର ଅଭିଯୋଗ ହେଲା ଆଜକୁ ୩୦ ବର୍ଷ ତଳେ ଆମ୍ବେଦକର ଭବନ ନିର୍ମାଣ କରାଯାଇ ବିଭିନ୍ନ ସମାଜସେବା ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲା। ଏହି ଜାଗାକୁ ଲିଜ ସୂତ୍ରରେ ନେବାପାଇଁ ପ୍ରଶାସନକୁ ଦରଖାସ୍ତ ମଧ୍ୟ କରାଯାଇଛି।କିନ୍ତୁ ପ୍ରଶାସନ ଏହାକୁ ଅଣଦେଖା କରି ମେ ୬ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି ଜାରି ଭାଙ୍ଗିବାକୁ ମସୁଧା କରୁଥିବା ଅଭିଯୋଗ କରିଥିଲେ କର୍ମକର୍ତା। ଅନେକ ପ୍ରତିମୂର୍ତ୍ତି ସରକାରୀ ଜାଗାରେ ଥିବା ବେଳେ ଆମ୍ବେଦକର ଭବନ ଭାଙ୍ଗିବାକୁ ଏତେ ଆଗ୍ରହ କାହିଁକି ବୋଲି ସେମାନେ ପ୍ରଶ୍ନ କରିଥିଲେ।ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ଜେନା,ସମ୍ପାଦକ ପ୍ରଦ୍ୟୁମ୍ନ ନାଏକ,ସହକାରୀ ସମ୍ପାଦକ ପ୍ରଦ୍ୟୁମ୍ନ ନାଏକ,ସଦସ୍ୟ ନୀଳକଣ୍ଠ ନାଏକ,କୋଷାଧ୍ୟକ୍ଷ କୁମୁଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।