ଘଟଣା ଓ ଦୁର୍ଘଟଣା

ଭାରସାମ୍ୟ ହରାଇ କାନ୍ଥରେ ପିଟି ହେଲା ଆମ୍ବୁଲାନ୍ସ

By Angul TV Bureau

April 12, 2022

ଅନୁଗୁଳ: ସହର ଉପକଣ୍ଠ ତୁରଙ୍ଗ କାଲଟାକ୍ସ ଛକରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଚିକିତ୍ସାଳୟ ଫେରୁଥିବା ବେଳେ ସାମ୍ନାରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ସାଇଡ ମାରିଥିଲା। ଏହି ସମୟରେ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସରେ ବସିଥିବା ରୋଗୀ କିମ୍ବା କର୍ମଚାରୀଙ୍କର କୌଣସି କ୍ଷୟ କ୍ଷତି ହୋଇ ନଥିବା ସୂଚନା ମିଳିଛି। ଏ ନେଇ ଆମ୍ବୁଲାନ୍ସ କର୍ମଚାରୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।