ମୁଖ୍ୟ ଖବର

ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଗଛରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ, କେହି ମୃତାହତ ହୋଇନଥିବା ସୂଚନା

By Angul TV Bureau

May 01, 2023

ଅନୁଗୁଳ: ଅନୁଗୁଳ ବ୍ଲକ କରତପଟା ଛକ ନିକଟରେ ଆଜି ସକାଳୁ ଏକ ୧୦୮ ଆମ୍ବୁଲାନ୍ସ ( ଓଡି ୦୨ ବିଜେ ୦୭୭୨) ଦୁର୍ଘଟଣା ଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ରାସ୍ତା କାନ୍ଥରେ ଚଢ଼ିଯାଇଛି।

ସୂଚନା ମୁତାବକ, ଆମ୍ବୁଲାନ୍ସଟି ସକାଳୁ ଟିକରପଡା ଆଡକୁ ରୋଗୀ ଆଣିବାକୁ ଯାଉଥିଲା। ସେଠାରେ ମୋବାଇଲ ନେଟୱାର୍କ ନ ମିଳିବାରୁ ରୋଗୀଙ୍କ ସହ ତାଙ୍କର ଯୋଗାଯୋଗ ହୋଇପାରିନଥିଲା। ଫଳରେ ସେ ଖାଲି ଗାଡ଼ି ନେଇ ଫେରି ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ମଟର ସାଇକେଲ ଦ୍ରୁତ ଗତିରେ ଆମ୍ବୁଲାନ୍ସ ଆଡକୁ ମାଡି ଆସିଥିଲା। ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଆମ୍ବୁଲାନ୍ସକୁ ଡ୍ରାଇଭର ନିଜ ବାମ ପଟକୁ କାଟିଦେଇଥିଲେ। ଫଳରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ବାଡ଼େଇ ହୋଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସର ବାମ ପଟ ମାଡ ହୋଇ ଥିବା ବେଳେ ଆଗ ଚକା ବାହାରି ତଳେ ପଡ଼ିଛି। ଏଥିରେ ଡ୍ରାଇଭର ଓ ଷ୍ଟାପଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।