ମୁଖ୍ୟ ଖବର

ନିର୍ମାଣାଧୀନ ବିଦ୍ୟୁତ ଟାୱାର ଚୋରି ଉଦ୍ୟମ

By Angul TV Bureau

December 20, 2020

ଅନୁଗୁଳ: ଅନୁଗୁଳ ପୁଲିସ୍‌ର ସ୍ପେଶାଲ ସ୍କ୍ବାଡ୍‌କୁ ମିଳିଛି ବଡ଼ ସଫଳତା। ଅପରାହ୍ଣରେ ପୁଲିସ୍‌ ଅନୁଗୁଳ ଥାନା ଇଲାକା ବଲାସି˚ହା ବାଲିସାହି ଜଙ୍ଗଲରେ ଚଢ଼ଉ କରି ସ୍କ୍ରାପ୍‌ ଚୋରିରେ ସ˚ପୃକ୍ତ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଦୁର୍ବୃତ୍ତମାନେ ଏକ ନିର୍ମା ଣାଧୀନ ବିଦ୍ୟୁତ୍‌ ଟାୱାର କଟରରେ କାଟି ଧରାଶାୟୀ କରି ଦେଇଛନ୍ତି। ପୁଲିସ୍‌ ଏହି ଡକାୟତ ଦଳର ୬ ଜଣଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ଗୋଟିଏ ଟ୍ରାକ୍ଟର ସମେତ ୪ଟି ବାଇକ୍‌, ୩ଟି ଗ୍ୟାସ ଭର୍ତ୍ତି ସିଲିଣ୍ତର, ଗୋଟିଏ ଗ୍ୟାସ୍‌ କଟର ସହ ଏକାଧିକ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।

ସୂଚନା ମୁତାବକ ବଲାସି˚ହା ବାଲିସାହି ଜଙ୍ଗଲରେ ମୋନେଟ୍‌ର ଏକ ବିଦ୍ୟୁତ୍‌ ଟାୱାର ନିର୍ମାଣ ହୋଇଛି, ବିଦ୍ୟୁତ୍‌ ତାର ସ˚ଯୋଗ କରାଯାଇନାହିଁ। ଏହି ଡକାୟତ ଗ୍ୟାଙ୍ଗ ଆଜି ଗ୍ୟାସ୍‌ କଟର ସାହାଯ୍ୟରେ ଟାୱାର କାଟି ଲୁହା ଆଙ୍ଗେଲ ବୋହି ନେବାକୁ ଅପରେସନ ଚଳାଇଥିଲେ। ପକା ସୂଚନା ପାଇ ସ୍ପେଶାଲ୍‌ ସ୍କ୍ବାଡ୍‌ ଅପରାହ୍ଣରେ ଚଢ଼ଉ କରିଥିଲା। ଦୁର୍ଗମ ରାସ୍ତା ଦେଇ ପୁଲିସ୍‌ ପହଞ୍ଚିଲା ବେଳକୁ ଦୁବୃର୍ତ୍ତ ଗ୍ୟାସ୍‌ କଟରରେ ଲୁହା କାଟୁଥିଲେ। ତେବେ ପୁଲିସ୍‌କୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ୍‌ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ସମସ୍ତଙ୍କୁ ଅନୁଗୁଳ ଥାନାକୁ ଉଠାଇ ଆଣିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ୍ ଅନୁସନ୍ଧାନ ଚଳାଇଛି।