ଅନ୍ୟାନ୍ୟ

ଯକୃତ ରୋଗରେ ଛଟପଟ ହେଉଛି ୧୩ ମାସର ଶିଶୁ

By Angul TV Bureau

October 08, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ତୁରଙ୍ଗ ଗ୍ରାମର ବାପୁଜୀ ବେହେରାଙ୍କ ୧୩ ମାସର ପୁଅ ଜନ୍ମେଜୟ ଲିଭର କାଇରୋସିସ୍ ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇଛି। ଏହି ରୋଗରେ ଲିଭର ପ୍ରତିରୋପଣ ବ୍ୟତୀତ କୌଣସି ଡାକ୍ତରୀ ଚିକିତ୍ସା ନାହିଁ । ଶ୍ରୀ ବେହେରା କହିଛନ୍ତି ଯେ, ଡାକ୍ତରଙ୍କ ରିପୋର୍ଟ ଅନୁସାରେ ଜନ୍ମେଜୟର ୮୦ ଭାଗ ଲିଭର ଅକାମୀ ହୋଇ ସାରିଲାଣି। ଏଣୁ ଡାକ୍ତର ୨୫ ଦିନ ଭିତରେ ଅସ୍ତ୍ରୋପଚାର ପାଇଁ କହିଛନ୍ତି। ଜନ୍ମେଜୟଙ୍କ ଆଈଙ୍କର ଲିଭର ମ୍ୟାଚ୍ ହେବାରୁ ତାଙ୍କ ଲିଭରରୁ କିଛି ଅଂଶ ଦାନ କରୁଛନ୍ତି। ଏହି ଚିକିତ୍ସା ନିମନ୍ତେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିବା ବେଳେ ସେ ସମସ୍ତ ସମ୍ପତ୍ତି ବିକ୍ରି ସହିତ ଧାର ଉଧାର କରି ୧୦ ଲକ୍ଷ ଯୋଗାଡ କରିପାରିଛନ୍ତି। ଅବଶିଷ୍ଟ ଟଙ୍କା ଯୋଗାଡ କରିବା ସମ୍ଭବ ହୋଇ ପାରୁନାହିଁ। ଅନ୍ୟପକ୍ଷରେ ଯଦି ଜନ୍ମେଜୟର ଠିକ୍ ସମୟରେ ଲିଭର ପ୍ରତିରୋପଣ ନ ହୋଇ ପାରେ ତେବେ ଲିଭରଟି ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ତାର ମୃତ୍ୟୁ ଆଶଙ୍କା ରହିଛି। ତେଣୁ ଜନ୍ମେଜୟର ଚିକିତ୍ସା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି ।