ଅନ୍ୟାନ୍ୟ

ସତ୍ୟସାଇ ସଂଗଠନର ଆନନ୍ଦ ମହୋତ୍ସବ

By Biswaranjan Pattnaik

December 24, 2023

ଅନୁଗୁଳ: ସ୍ଥାନୀୟ ସଭଘର ଠାରେ ଶ୍ରୀ ସତ୍ୟସାଇ ସଂଗଠନର ରାଜ୍ୟ ସ୍ତରୀୟ ଆନନ୍ଦ ମହୋତ୍ସବ ଆରମ୍ଭ ହୋଇଚି।ଦୁଇଦିନିଆ ଏହି ଉତ୍ସବକୁ ଉଦଘାଟନ କରିଥିଲେ ସଂଗଠନର ରାଜ୍ୟ ସଭାପତି ଡ଼ା ସତ୍ୟସ୍ୱରୁପ୍ପ ଟ୍ଟନାୟକ।ଡ଼ା ପଟ୍ଟନାୟକ ନିଜ ଅଭିଭାଷଣ ରେ ଉପସ୍ଥିତ ଶତାଧିକ ବାଳବିକାଶ ଛାତ୍ରଛାତ୍ରୀଙ୍କୁ ଠାକୁରଙ୍କ ଦିବ୍ୟାଲିଳା ବର୍ଣ୍ଣନା କରିବା ସହ ପିଲାଟି ଦିନରୁ ଭଲ ଗୁଣ ଆହରଣ କରିବାକୁ ପରାମର୍ଶ ଦେଇଥିଲେ।କର୍ତବ୍ୟନିଷ୍ଠା,ପିତୃଭକ୍ତି, ମାତୃଭକ୍ତି,ଦେଶ ଭକ୍ତି,ସେବା କରୁଣା ଆଦି ଗୁଣ ଆହରଣ କଲେ ଈଶ୍ୱର ଙ୍କ ଆଶୀର୍ବାଦ ମିଳିପାରିବ ଓ ଜୀବନରେ ସଫଳତା ଅର୍ଜନ କରିହେବ ବୋଲି ଡ଼ା ପଟ୍ଟନାୟକ ପ୍ରକାଶ କରିଥିଲେ। ସମାରୋହରେ ତିରିଶ ଟି ଜିଲ୍ଲାରୁ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଅନୁଗୁଳ ସତ୍ୟସାଇ ସଂଗଠନର କର୍ମକର୍ତ୍ତା ସହଯୋଗ କରିଥିଲେ।