ଅନ୍ୟାନ୍ୟ

ଅନନ୍ତ ଡିଏଭିରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ, ରକ୍ତଦାନ ଶିବିର ଆୟୋଜିତ

By Angul TV Bureau

January 14, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଛି। ଉତ୍ସବରେ ଅନନ୍ତ ଡିଏଭିର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏ ଅବସରରେ ବିଦ୍ୟାଳୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୬୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମକୁ ଏମ୍.ସି.ଏଲ୍, ଜଗନ୍ନାଥ କ୍ଷେତ୍ରର ଏରିଆ ପରସୋନେଲ୍ ମ୍ୟାନେଜର ମାନସ ରଞ୍ଜନ ଜେନା ଉଦ୍ଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଶିକ୍ଷକ କରୁଣାକର ସାହୁଙ୍କ ଦ୍ଵାରା ଫକୀରମୋହନଙ୍କ ଜୀବନୀ ଆଧାରିତ ଏକ କ୍ଵିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ଓଡ଼ିଆ ବିଭାଗର ମୁଖ୍ୟ ଡ. ଅନ୍ତର୍ଯ୍ୟାମୀ ସାହୁ ଫକୀରମୋହନଙ୍କ ଜୟନ୍ତୀ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। କ୍ଵିଜ୍ ରେ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଅଧ୍ୟକ୍ଷା ପୁରସ୍କୃତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଞ୍ଜନ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।