ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନନ୍ତବିହାର ଜଗନ୍ନାଥ କ୍ଷେତ୍ର ମହାନଦୀ କୋଲ୍ ଫିଲ୍ଡ଼ ଅନ୍ତର୍ଗତ ଡି.ଏ.ଭି. ପବ୍ଲିକ୍ ସ୍କୁଲରେ ବେଦ ଉଦ୍ଧାରକ ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ଵାମୀ ଦୟାନନ୍ଦ ସରସ୍ବତୀଙ୍କ ୨୦୧ ତମ ଜୟନ୍ତୀ ପାଳିତ ହୋଇଛି। ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ତଥା ଡିଏଭି ସ୍କୁଲ ସମୂହର ଆଞ୍ଚଳିକ ସହ ଅଧିକାରିଣୀ ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ପରିସରରେ ଥିବା ଦୟାନନ୍ଦ ସରସ୍ଵତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଉତ୍ସବ ଆରମ୍ଭ କରିଥିଲେ।
ଏ ଅବସରରେ ଏକ ଯଜ୍ଞ ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁବ୍ରତ ପାଣିଙ୍କ ସହଯୋଗରେ ଯଜ୍ଞ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ଭଜନ ପରିବେଷଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରବିନାରାୟଣ ପଣ୍ଡା, ଶିକ୍ଷକ ଅଞ୍ଜନ ମୁଦୁଲି, ଡ. ଅନ୍ତର୍ଯ୍ୟାମୀ ସାହୁ, ମାନସ ରଞ୍ଜନ ମିଶ୍ର, ରୀତାରାଣୀ ତ୍ରିପାଠୀ, ସୀମାଞ୍ଚଳ ପତି, ସବ୍ୟସାଚୀ ପ୍ରଧାନ, କ୍ରିଷ୍ଣା ପାଣି, ଜ୍ୟୋତି ଜିନ୍ଦଲ, ସାଗରିକା ନାୟକ, ସୁଧାଂଶୁ କୁମାର ସ୍ଵାଇଁ, ଚିତ୍ତରଞ୍ଜନ କର, ସୁନନ୍ଦା ଦାସଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।