ମୁଖ୍ୟ ଖବର

ବିଭିନ୍ନ ସମସ୍ୟା ଭିତ୍ତିକ ଦାବି ନେଇ ଡିସେମ୍ବରରୁ ହେବ ଆନ୍ଦୋଳନ,ମହେଶ ସାହୁ

By Biswaranjan Pattnaik

November 23, 2024

ତାଳଚେର: ଅନୁଗୁଳ ଜିଲ୍ଲା ତାକଚେର ଶିଳ୍ପାଞ୍ଚଳରେ ବଢି ଚାଲିଛି ବିସ୍ଥାପିତଙ୍କ ସମସ୍ୟା। ଜଳବାୟୁ ପ୍ରଦ୍ୟୁଷଣ, ଶିକ୍ଷା,ଗମନାଗମନ ପରି ମୌଳିକ ଅଧିକାରକୁ ଛଡଇ ନେଇଛନ୍ତି କୋଇଲା ଖଣି ଓ ଏଠାରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ।ସେଥିପାଇଁ ଏଠାକାର ଅଞ୍ଚଳ ବାସୀ ବଞ୍ଚିବା କଷ୍ଟକର ବ୍ୟାପାର ହୋଇପଡିଛି।

ତେଣୁ ଏହି ଅଞ୍ଚଳର ସ୍ୱାର୍ଥ ନିହିତ ଦୃଷ୍ଟିରୁ କେନ୍ଦ୍ରସରକାର ଅବିଳମ୍ଭେ କୋଇଲା ରୟଲୀଟି ବୃଦ୍ଧି ସହିତ ବିନା ପାଲ ଘୋଡାରେ ଟ୍ରକ ଓ ରେଳରେ କୋଇଲା ପରିବହନ ଉପରେ ରୋକ ଲାଗିବା ସହିତ ପରିବେଶ ସନ୍ତୁଳନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନେଇ ଖୁବ ଶୀଘ୍ର ଅର୍ଥାତ ଆଗାମୀ ଡିସେମ୍ବର ମାସରେ ଯେକୌଣସି ସମୟରେ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଢେଙ୍କାନାଳର ପୂର୍ବତନ ସାଂସଦମହେଶ ସାହୁ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଏହିସବୁ ସମସ୍ୟା ନେଇ ଆଗରୁ ଶ୍ରୀ ସାହୁ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନକୁ ଲିଖିତ ଭାବେ ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ପ୍ରକାର ସମାଧାନ କରିବାରେ ଉଭୟେ ବିଫଳ ହୋଇଛନ୍ତି। ତେଣୁ ଏହାର ସମାଧାନ ପାଇଁ ଆନ୍ଦୋଳନ ଏକମାତ୍ର ବିକଳ୍ପ ପନ୍ଥା ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ।