ଅନ୍ୟାନ୍ୟ

ବଲଙ୍ଗରେ ରକ୍ତହୀନତା ମୁକ୍ତ ଭାରତ ଅଭିଯାନ

By Biswaranjan Pattnaik

November 04, 2026

ଅନୁଗୋଳ: ଭାରତ ବିକାଶ ପରିଷଦ ଅନୁଗୋଳ ଶାଖା ପକ୍ଷରୁ କରତପଟା ପମ୍ପାସର ନିକଟବର୍ତ୍ତୀ ବଲଙ୍ଗ ପଞ୍ଚାୟତ କାର୍ଯ୍ୟାଳୟଠାରେ ରକ୍ତହୀନତା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରୀତା ସାହୁଙ୍କ ଉପସ୍ଥିତିରେ ରକ୍ତହୀନତାର କାରଣ, ପରିଣାମ ଓ ନିବାରଣ ସମ୍ପର୍କରେ ଗ୍ରାମର ମା ଭଉଣୀମାନଙ୍କୁ ଅବଗତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରୀମାନଙ୍କ ସମେତ ୭୬ ଜଣଙ୍କ ରକ୍ତ ପରୀକ୍ଷା କରାଯାଉଥିଲା। ଏଥିରେ ବନ୍ତଳା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ତଥା କର୍ମକର୍ତ୍ତାମାନେ ବିଶେଷ ସହଯୋଗ କରିଥିଲେ । ଭାରତ ବିକାଶ ପରିଷଦ ଅନୁଗୋଳ ଶାଖାର ସଭାପତି ଦୁର୍ଗା ଶଙ୍କର ମିଶ୍ର, ସମ୍ପାଦକ ପ୍ରମୋଦ କୁମାର ନାୟକ, କୋଷାଧ୍ୟକ୍ଷ ସୁଶୀଲ ପଟ୍ଟନାୟକ, ପ୍ରାନ୍ତୀୟ ପର୍ଯ୍ୟାବରଣ ପ୍ରମୁଖ ବିଜୟ ମୋଦୀ, ଅନୁଗୋଳ ଜିଲ୍ଲା ସାହିତ୍ୟ ସଂସଦ ସଭାପତି ତଥା ପରିଷଦର ପ୍ରମୁଖ ସଦସ୍ୟ ପ୍ରଫେସର ଶାନ୍ତନୁ କୁମାର ସର ଇତ୍ୟାଦି ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।