ଅନ୍ୟାନ୍ୟ

ଅଙ୍ଗପଡ଼ା ଜନ ଆରୋଗ୍ୟ ସମିତିର ପରିଚାଳନା ପରିଷଦ ବୈଠକ ଆୟୋଜିତ, କାୟାକଳ୍ପ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି

By Angul TV Bureau

January 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ଜନ ଆରୋଗ୍ୟ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ସମିତି ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟା ଅନୁପମା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆୟୁଷ ଡାକ୍ତର ବିନୋଦିନୀ ଗଡ଼ନାୟକ ଯୋଗଦେଇ ସ୍ବାଗତ ଭାଷଣ ସହ ସଭ୍ୟସଭ୍ୟାଙ୍କ ପରିଚୟ ପ୍ରଦାନ କରିଥିଲେ। ବୈଠକରେ ୨୦୨୪/୨୫ ଆର୍ଥିକ ବର୍ଷ ପାଇଁ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।

ଫାର୍ମାସିଷ୍ଟ ନିରଞ୍ଜନ ସାହୁ ପୂର୍ବ ବୈଠକ ବିିବରଣୀ ପ୍ରଦାନ କରିଥିଲେ। କାୟାକଳ୍ପ କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ ସ୍ଥିର ହୋଇଥିଲା। ଏଥିରେ ସରପଞ୍ଚ ଅମିତ ସାହୁ, ନର୍ସିଂ ଅଫିସର ସୁଶ୍ରୀ ସଂଘମିତ୍ରା ଜେନା, ଆଟେଣ୍ଡାଣ୍ଟ ସୁନୀଲ କୁମାର ସାହୁ, ଏନଏଚଏମ୍ ଜେଇ ଜ୍ୟୋତି ରଞ୍ଜନ ମାଝୀ, ବିପିଏମ୍ ଅଜିତ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।