ଅନ୍ୟାନ୍ୟ

ଆଠମଲ୍ଲିକ ଉପଖଣ୍ଡ ମାଟ୍ରିକ ଟପ୍ପର ଲୋପାମୁଦ୍ରା ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ସରପଞ୍ଚ

By Angul TV Bureau

May 04, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ପଞ୍ଚାୟତରାଜ ହାଇସ୍କୁଲର ଛାତ୍ରୀ ଲୋପାମୁଦ୍ରା ସାହୁ ଉପଖଣ୍ଡ ଟପ୍ପର ହୋଇଛନ୍ତି। ସେ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ ଆଠମଲ୍ଲିକ ଉପଖଣ୍ଡରେ ୫୬୫ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଣୁ ଟପ୍ପରଙ୍କୁ ଅଙ୍ଗପଡ଼ା ସରପଞ୍ଚ ଜିତେନ୍ଦ୍ର ସାହୁ ତାଙ୍କ ବାସଭବନକୁ ଯାଇ ଲୋପାମୁଦ୍ରାଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।