ଘଟଣା ଓ ଦୁର୍ଘଟଣା

ଭାଲେଣ୍ଟାଇନ ଡେ’ ରେ ରାଗିଗଲେ ପ୍ରେମିକା: ପାର୍କରେ ଲଗାଇଲେ ନିଆଁ

By Angul TV Bureau

February 14, 2025

ଅନୁଗୁଳ: ଆଜି ସାରା ବିଶ୍ୱରେ ଭାଲେଣ୍ଟାଇନ ଡେ’ ପାଳନ ହେଉଥିବା ବେଳେ ପ୍ରେମିକା ଝଗଡା କରି ପାର୍କ ନିକଟରେ ନିଆଁ ଲଗାଇ ଦେଇଥିବା ଭଳି ଏକ କୌତୁହଳପ୍ରଦ ଖବର ହସ୍ତଗତ ହେଇଛି। ସ୍ଥାନୀୟ ଶିକ୍ଷକପଡାର ଏକ ପାର୍କରେ ଆଜି ସନ୍ଧ୍ୟାରେ ଠା କୁ ଠା ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳି ଥିଲା।କ୍ୟାଣ୍ଡଲ ଜଳା, ଗିଫ୍ଟ ଦିଆନିଆ,ଗୋଲାପ ବଡ଼ ଆଉ ଭାବ ବିନିମୟସାଙ୍ଗକୁ ଫାଷ୍ଟ ଫୁଡର ମଜା ଭିତରେ ସମସ୍ତେ ମସଗୁଲ ଥିଲେ।

ଏହି ସମୟରେ ଗୋଟିଏ ଯାଗାରେ ହଳେ ଯୁଗଳଙ୍କ ଭିତରେ ହଠାତ ଝଗଡା ଆରମ୍ଭ ହେଲା, କଥା କଟାକଟି ଭିତରେ ଉଗ୍ର ରୂପ ଧାରଣ କରିଥିବା ପ୍ରେମିକା ମହମବତୀ ନେଇ ପାର୍କ ବାହାରକୁ ଗଲାବେଳେ ଯେଉଁଠି ଫିଙ୍ଗି ଦେଇଗଲେ ତାହା ଥିଲା ଅଳିଆ ଗଦା। କିଛି ସମୟ ଭିତରେ ଅଳିଆ ଗଦା ହୁ ହୁ ହୋଇ ଜଳିବାକୁ ଆରମ୍ଭ କଲା। ଲୋକ ଭୟରେ ଦୌଡ଼ା ଦୌଡ଼ି କଲେ କିନ୍ତୁ ଦମକଳ ଆସିବା ପୂର୍ବରୁ ନିଆଁକୁ ପାର୍କ କର୍ତୃପକ୍ଷ ନିୟନ୍ତ୍ରଣ କରିସାରିଥିଲେ। ମଜାର କଥା ହେଲା ଆଜି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏକ ଗ୍ଲୋବାଲ ସର୍ଭେ ଅନୁସାରେ କଲମ୍ବିଆ, ମେକ୍ସିକୋ ଭଳି ଦେଶରେ ପ୍ରେମ କ୍ଷେତ୍ରରେ ଜନସାଧାରଣ ୮୦ ପ୍ରତିଶତରୁ ଅଧିକ ସଫଳ ଥିବା ବେଳେ ଭାରତୀୟଙ୍କ କ୍ଷେତ୍ରରେ ମାତ୍ର ୬୩ ପ୍ରତିଶତ ପ୍ରେମରେ ସଫଳ।