ଅନ୍ୟାନ୍ୟ

ପେନ୍‌ସନ୍ ସହ ଅନ୍ୟ ଦାବିରେ ଜିଲ୍ଲାପାଳଙ୍କୁ ଅନୁଗୁଳ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ଦାବିପତ୍ର

By Angul TV Bureau

August 07, 2025

ଅନୁଗୁଳ: ପେନ୍‌ସନ୍ ସହ ଚାକିରି ସର୍ତ୍ତାବଳୀ ପ୍ରଦାନ ଦାବିରେ ଶିକ୍ଷକଙ୍କ ଶୋଭାଯାତ୍ରା। ଅନୁଗୁଳ ଜିଲ୍ଲାର ୬୬୨ ବର୍ଗ କଲେଜ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୁଧବାର ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି।

ସେମାନଙ୍କ ଦାବି ମଧ୍ୟରେ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ଚାକିରି ସର୍ତ୍ତାବଳୀ ଲାଗୁ କରିବା ଆଦି ରହିଛି। ସରକାର ଯଦି ଖୁବ୍‌ଶୀଘ୍ର ଏହାର ସୁବିଚାର ନକରନ୍ତି, ତେବେ ଆଗାମୀ ଦିନରେ ସଂଘ ସମସ୍ତ କଲେଜ ବନ୍ଦକରି ଭୁବନେଶ୍ବରରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ କରିବ ବୋଲି ଅନୁଗୁଳ ଜିଲ୍ଲା ସଂଘର ସଭାପତି ପ୍ରଭାତ କୁମାର ସିହ୍ନା ଓ ସଂପାଦକ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପାଇକରାୟ ଚେତାବନୀ ଦେଇଛନ୍ତି ।

ଏହି ଆନ୍ଦୋଳନରେ ଜିଲ୍ଲାର ସମସ୍ତ ୬୬୨ ବର୍ଗର ୧୬ଟି କଲେଜରେ ଅଧ୍ୟାପକ, କର୍ମଚାରୀ ଯୋଗଦେଇଥିଲେ। କୋଷାଧ୍ୟକ୍ଷ ବୈରାଗୀ ଚରଣ ମହାରଣା, ଅଧ୍ୟକ୍ଷ ପ୍ରବୀଣ ସାହୁ, ପଦ୍ମଚରଣ ସାହୁ, ମନୋକ କୁମାର ସ୍ବାଇଁ, ଅକ୍ଷୟ କୁମାର ଦାସ, ଜଗବନ୍ଧୁ ସାହୁ, ପ୍ରଶାନ୍ତ କୁମାର ମାଝୀ, ଅଧ୍ୟକ୍ଷା ରଶ୍ମୀରେଖା ଲେଙ୍କା, ପ୍ରତିମା ବାଗ୍, ଅଧ୍ୟାପକ ଯଶୋବନ୍ତ ସାହୁ, ଇନ୍ଦ୍ରମଣି ସାହୁଙ୍କ ସହ ଶତାଧିକ ଅଧ୍ୟାପକ ଓ କର୍ମଚାରୀ ପରିଚାଳନା କରିଥିଲେ।