ମୁଖ୍ୟ ଖବର

ନିର୍ବାଚନ ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ଆରମ୍ଭ, ପ୍ରଶିକ୍ଷଣ ନେଲେ ଜିଲ୍ଲା ନିର୍ବାଚନୀ ଅଧିକାରୀ

By Angul TV Bureau

April 23, 2024

 

ଅନୁଗୁଳ: ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ଅନୁଗୁଳ ଜିଲ୍ଲାର ସମସ୍ତ ବିଧାନସଭାର ନିର୍ବାଚନ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅନଲାଇନ ମାଧ୍ୟମରେ “ସୁବିଧା” ଓ “ଏନକୋର” ପୋର୍ଟାଲ ଜରିଆରେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ, ଦାଖଲ ନାମାଙ୍କନ ପତ୍ର ଯାଞ୍ଚ କରିବା ଓ ଅନ୍ୟ ନିର୍ବାଚନ ପ୍ରକ୍ରିୟାକୁ ନେଇ ଏହି ପ୍ରଶିକ୍ଷଣ ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା।

ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ “ସୁବିଧା” ଅନଲାଇନ ପୋର୍ଟାଲ ଯୋଗେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ପ୍ରକ୍ରିୟା ଓ “ଏନକୋର” ପୋର୍ଟାଲ ଯୋଗେ ନିର୍ବାଚନ ଅଧିକାରୀମାନେ ସେହି ନାମାଙ୍କନ ଦସ୍ତାବିଜକୁ ଯାଞ୍ଚ କରିବା ପ୍ରକ୍ରିୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷ ସୁବ୍ରତ ଚାଟାର୍ଜୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶ ଯେ ଅନୁଗୁଳ ଜିଲ୍ଲାରେ ଆସନ୍ତା ମେ ୨୫ ତାରିଖରେ ମତଦାନ ହେବ। ଏଥିପାଇଁ ଏପ୍ରିଲ ୨୯ ରେ ଗେଜେଟ ନୋଟିଫିକେସନ ପ୍ରକାଶ ପାଇବ। ସେହିପରି ନାମାଙ୍କନର ଶେଷ ତାରିଖ ମେ ୬ ଥିବା ବେଳେ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ମେ ୯ ଅଛି।