ଘଟଣା ଓ ଦୁର୍ଘଟଣା

ମାଲିକ ଅଗ୍ରୀମ ଟଙ୍କା ନ ଦେବାରୁ ହୋଟେଲରେ ଭଙ୍ଗାରୁଜା, କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ

By Angul TV Bureau

March 30, 2025

ଅନୁଗୁଳ: ମାଲିକ ଅଗ୍ରୀମ ଟଙ୍କା ନ ଦେବାରୁ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ। ହୋଟେଲରେ କଲେ ଭଙ୍ଗାରୁଜା। ଆଜି ଅନୁଗୁଳ ଜିଲ୍ଲା ଅମଲାପଡ଼ାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପୁଲିସ ପହଞ୍ଚି ଉକ୍ତ କର୍ମଚାରୀଙ୍କୁ ଉଠାଇ ନେଇଛି।

ସୂଚନା ଅନୁସାରେ, ଅମଲାପଡ଼ାରେ ଥିବା ଅର୍ଚିଡ୍‌ ହୋଟେଲ୍‌ର ଜଣେ କର୍ମଚାରୀ ‌ହୋଟେଲ ମାଲିକଙ୍କୁ ଅଗ୍ରୀମ କିଛି ଟଙ୍କା ମାଗିଥିଲେ। କିନ୍ତୁ ମାଲିକ ଟଙ୍କା ଦେବାକୁ ରାଜି ହୋଇନଥିଲେ। ଏଥିରେ କର୍ମଚାରୀ ଜଣଙ୍କ ରାଗି ହୋଟେଲ୍‌ ଟେବୁଲ ସହ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗାରୁଜା କରିଥିଲେ।ଖବର ପାଇ ଅନୁଗୁଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରିଥିବା କର୍ମଚାରୀଙ୍କୁ ଉଠାଇ ଆଣିଛି। ତେବେ ଏନେଇ ଥାନାରେ କୌଣସି ଏତଲା ହୋଇନଥିବା ସୂଚନା ମିଳିଛି।