କଳା ଓ ସଂସ୍କୃତି

ଆଜି ମହାସପ୍ତମୀ :ରଙ୍ଗୀନ ଆଲୋକରେ ଝଲସୁଛି ପୂଜା ମଣ୍ଡପ

By Biswaranjan Pattnaik

April 04, 2025

ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ସକାଳେ କଳସ ଶୋଭାଯାତ୍ରା, ଦେବୀଙ୍କ ଅଧିବାସ, ନବପତ୍ରିକା ସ୍ଥାପନ, ପ୍ରାଣ ପ୍ରତିଷ୍ଠା, ହୋମ ଚଣ୍ଡୀପାଠ ଆଦି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ବାସନ୍ତୀ ସାଂସ୍କୃତିକ ମଣ୍ଡପରେ ରିଦିମ୍ସ କଳାକାରଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା। ଅନୁଗୁଳର ବରିଷ୍ଠ ଆଇନଜୀବୀ ତଥା ଆଲୋଚକ ସ୍ବର୍ଗତ ରାଜକିଶୋର ମହାରଣାଙ୍କ ସ୍ମୃତିରେ ସଂଗୀତ ସନ୍ଧ୍ୟା ସମର୍ପିତ ହୋଇଥିଲା।

ବରିଷ୍ଠ କଣ୍ଠ ଶିଳ୍ପୀ ସରୋଜ ସାହୁ, ଚଣ୍ଡୀକା ନନ୍ଦ, ଦୀପକ ପାଣି, ବିଦେଶୀ ନାଏକ, କାଳୀ ପ୍ରସନ୍ନ ସାହୁ ପ୍ରମୁଖଙ୍କ ସୁମଧୁର ସଂଗୀତରେ ସମବେତ ଶ୍ରୋତା ଝୁମିଥିଲେ। ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟନାୟକ ଉପଦେଷ୍ଟା ପ୍ରଦୀପ ଦେବତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାପରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ, ଲୋକନୃତ୍ୟ ଓ ଆଧୁନିକ ଶୈଳୀ ର ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଶନିବାର ମହାଷ୍ଟମୀ ପୂଜା ସହ ଅପରାହ୍ନରେ ସମରକଳା ପ୍ରଦର୍ଶିତ ହେବ।