ମୁଖ୍ୟ ଖବର

ବାସନ୍ତୀ ଦୁର୍ଗାପୂଜା ସରିଲା: ଆଜି ଭଷାଣି

By Biswaranjan Pattnaik

April 08, 2025

ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଦଶମୀ ପୂଜା ସୋମବାର ସମ୍ପନ୍ନ ହୋଇଛି। ସକାଳେ ସୂର୍ଯ୍ୟପୂଜା, ଗୋ ପୂଜା, ଦଶମୀ ପୂଜା, ଅପରାଜିତା ପୂଜା, ସନ୍ଧ୍ୟାରେ ଆଳତୀ, ଚରୁ ବିତରଣ ଆଦି ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ମଣ୍ଡପରେ ପହଞ୍ଚି ମା’ ଙ୍କ ଆଶିଷ ନେଇଥିଲେ।ସନ୍ଧ୍ୟାରେ ନୃତ୍ୟ ବିଚିତ୍ରା ଓ ଫେସନ ସୋ ଦର୍ଶକଙ୍କୁ ବେଶ ବାନ୍ଧି ରଖିଥିଲା। କୁନିକୁନି ମୋଡେଲ ମାନେ ରାମ୍ପରେ କ୍ୟାଟ ୱାକ କରିଥିଲେ। ସେମାନଙ୍କ ଆଧୁନିକ ଓ ପାରମ୍ପରିକ ବେଶ ଭୁଷା ଦର୍ଶକଙ୍କୁ ବେଶ ଆକର୍ଷଣ କରିଥିଲା। ପୂଜା କମିଟି ପକ୍ଷରୁ ସଭାପତି ଶକ୍ତି ପଟନାୟକ, ସମ୍ପାଦକ ଅନୁପ ମହାନ୍ତି, ଉପଦେଷ୍ଟା ପ୍ରଦୀପ ଦେବତାଙ୍କ ସମେତ ରଶ୍ମି ରଞ୍ଜନ ପ୍ରଧାନ, ଯତୀନ ସେଠି  ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜି ଅପରାହ୍ନରେ ଭଷାଣି ସମାରୋହ ଅନୁଷ୍ଠିତ ହେବ।