ମୁଖ୍ୟ ଖବର

ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଗୋପୀନାଥ ଦାସଙ୍କ ପରଲୋକ

By Biswaranjan Pattnaik

January 31, 2025

ଅନୁଗୁଳ: ଆଜି ସକାଳ ୮ ଟାରେ ଅବସରପ୍ରାପ୍ତ ଜଳସେଚନ ବିଭାଗରସର୍ବୋଚ୍ଚ ଯନ୍ତ୍ରୀ ଗୋପୀନାଥ ଦାସଙ୍କ ଅମଲାପଡା ସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ସେ ୧୯୮୬ ମସିହାରେ ସମଲରେ କାର୍ଯ୍ୟରତ ଥିବା ବେଳେ ଅବସର ନେଇଥିଲେ। ଜଣେ ଦକ୍ଷ ଯନ୍ତ୍ରୀ ଭାବେ ସେ ହୀରାକୁଦ, ରେଙ୍ଗାଲି, ବାଲେଶ୍ୱର, ଚିପିଲିମା ଆଦି ଡିଭିଜନରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଜଣେ ସଚ୍ଚୋଟ ଅଫିସର ଭାବେ ତାଙ୍କର ବେଶ ଖ୍ୟାତି ଥିଲା। ଅବସର ପରେ ମଧ୍ୟ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଶିଶୁ ବିହାର ସ୍କୁଲ, ତଳମୁଳ କଲେଜ, କ୍ଷତ୍ରିୟ ସଂଘ ଆଦିର ସେ ପ୍ରତିଷ୍ଠାତା ସଭାପତି ଥିଲେ।

ଗତ କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ପରଲୋକ ଖବର ପାଇ ଅନୁଗୁଳ ଓ ତଳମୂଳ ଅଞ୍ଚଳରୁ ଶହ ଶହ ଲୋକ ଘରକୁ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ। ସ୍ବର୍ଗତ ଦାସଙ୍କୁ ତାଙ୍କର ସାମାଜିକ କାର୍ଯ୍ୟ ନିମନ୍ତେ ୨୦୧୨ରେ ଅନୁଗୁଳ ନାଗରିକ ମଞ୍ଚ ସମ୍ବର୍ଦ୍ଧିତ କରିଥିଲା। ଆଜି ଅପରାହ୍ନରେ କରଡ଼ାଗାଡ଼ିଆ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ସ୍ବର୍ଗତ ଦାସଙ୍କ ପୁତ୍ର ଅଶୋକ ଦାସ ଓଡ଼ିଶାର ଜଣେ ଆଗଧାଡିର ଟେଲି ଓ ସିନେ ଅଭିନେତା ଭାବେ କାର୍ଯ୍ୟ କରୁଛନ୍ତି।