ଘଟଣା ଓ ଦୁର୍ଘଟଣା

ବାଇକ ଓ ମୋବାଇଲ ଛଡ଼ାଇନେବା ଘଟଣା, ଚାରି ଅଭିଯୁକ୍ତ ଗିରଫ

By Angul TV Bureau

July 16, 2025

ଅନୁଗୁଳ: ଧମକ ଦେଇ ବାଇକ ଓ ମୋବାଇଲ ଛଡାଇ ନେବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ତାରିଣୀ ପ୍ରସାଦ ବିଶ୍ବାଳ, ବଳରାମ ସାହୁ, ଟୁକୁନା ବେହେରା ଓ ଆକାଶ ନାଏକ।

ସୂଚନା ମୁତାବକ, ଆଠମଲ୍ଲିକର ଗୋବିନ୍ଦ ଚନ୍ଦ୍ର ସାହୁ ଅଭିଯୋଗ କରିଥିଲେ ଯେ ଗତ ୦୮ ତାରିଖ ଦିନ ପ୍ରାୟ ୧୨ ଘଟିକା ସେ ତାଙ୍କ ସମ୍ପର୍କୀୟ ଦିବାକର ସାହୁଙ୍କ ସହ ନିଜ ବାଇକ (ଓଡି ୧୯ ଜି ୩୪୪୫)ରେ କିଶୋରନଗର ଯାଉଥିଲେ। କିନ୍ତୁ ମାନଜୋର ଡ୍ୟାମ ନିକଟରେ ୪ ଜଣ  ଅଜଣା ଯୁବକ ତାଙ୍କୁ ଅଟକାଇ ବାଇକ ଓ ମୋବାଇଲ ଛଡାଇ ନେଇଥିଲେ। ଏଥିସହ ଫୋନ ପେରୁ ୧୪ ହଜାର ନେଇଯାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।