ମୁଖ୍ୟ ଖବର

ଜମି ଭାଗ କରିବାକୁ ୨୦ ହଜାର ନେଉଥିଲେ, ବରିଷ୍ଠ କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

By Angul TV Bureau

March 28, 2025

ଅନୁଗୁଳ: ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ୨୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ।

ସୂଚନା ମୁତାବକ, ସତ୍ୟପ୍ରିୟ ଜମି ଭାଗ କରିବା ନିମନ୍ତେ କେନ୍ଦୁପାଟି ଗାଁର ଚରଣ ନାୟକଙ୍କ ଠାରୁ ୨୦ ହଜାର ଟଙ୍କା ମାଗିଥିଲେ। ଏ ନେଇ ଚରଣ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ। ପୂର୍ବ ଯୋଜନା ମୁତାବକ, ଚରଣ ଆଜି ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକଙ୍କୁ ୨୦ ହଜାର ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ପହଞ୍ଚିଥିଲା। ଆଉ ଟଙ୍କା ସହ ସତ୍ୟପ୍ରିୟଙ୍କୁ ମାଡ଼ି ବସିଥିଲା। ତାଙ୍କୁ ଅଧିକ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ।