ଅନ୍ୟାନ୍ୟ

ଆଠମଲ୍ଲିକ ଅଞ୍ଚଳର ୫ ଟ୍ୱିଟର କାର୍ଯ୍ୟକର୍ତ୍ତା ପୁରୀରେ ସମ୍ବର୍ଦ୍ଧିତ, ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଙ୍କ ସମସ୍ୟାର କରୁଛନ୍ତି ସମାଧାନ

By Angul TV Bureau

April 14, 2025

ଅନୁଗୁଳ: ସୋସିଆଲ ମିଡିଆ ଟ୍ୱିଟର ଜରିଆରେ ଲୋକଙ୍କ ସମସ୍ୟା ସମାଧାନ କରୁଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କଲା ପୁରୀ ଟ୍ୱିଟର ଆକ୍ଟିଭିଷ୍ଟ ଆସୋସିଏସନ୍। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ୫ ଯୁବକ ସନ୍ତୋଷ ମେହେର, ଚିନ୍ମୟ କର୍ଣ୍ଣ, ଇଂ. ଆଲୋକ ବେହେରାମାଳି, ସୌମ୍ୟରଞ୍ଜନ ସାହୁ ଓ ଶାନ୍ତନୁ କର୍ଣ୍ଣଙ୍କୁ ପୁରୀ ସଂସ୍କୃତି ଭବନରେ ଆୟୋଜିତ ଆସୋସିଏସନର ଚତୁର୍ଥ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ କର୍ମଶାଳାରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମାଜିକ କର୍ମୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଯୁବକ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଟ୍ୱିଟ କରି ଶହଶହ ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବା ସହ ସମାଧାନ ମଧ୍ୟ କରୁଛନ୍ତି। ଏଣୁ ପୁରୀ ଟ୍ୱିଟର ଆକ୍ଟିଭିଷ୍ଟ ଆସୋସିଏସନ୍ ପକ୍ଷରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।