ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ବୈଠକ

By Angul TV Bureau

February 03, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ଏକ ବୈଠକ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ ସର୍ବ ସମ୍ମତିକ୍ରମେ ଏକ ଆଡହକ କମିଟି ଗଠନ କରାଯାଇଥିଲା। ଉପ ସଭାପତି ଭାବେ ଗୌର ଗୋବିନ୍ଦ ସାମନ୍ତ(ତାଳଚେର), ସମ୍ପାଦକ ରମେଶ ଚନ୍ଦ୍ର ସାହୁ(ଅନୁଗୁଳ),  ସହ ସମ୍ପାଦକ ନେତ୍ରାନନ୍ଦ ମହାକୁଡ(ପାଳଲହଡା), କୋଷାଧକ୍ଷ୍ୟ ବସନ୍ତ କୁମାର ଦାସ, ଅବସରପ୍ରାପ୍ତ ରେଳବାଇ କର୍ମଚାରୀ(ଅନୁଗୋଳ)ଙ୍କୁ ମନୋନୀତ କରାଯାଇଥିଲା। ଏହି କମିଟି ଆଗାମୀ ୩ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ କମିଟିଭାବରେ ଜିଲ୍ଲା କ୍ରୀଡା ସଂସଦର ଦାୟିତ୍ବ କାର୍ଯ୍ୟ ସମ୍ପାଦନ କରିବ ବୋଲି ସ୍ଥିର କରାଗଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ସହକାରୀ ଜିଲ୍ଲାପାଳ ପାଳଲହଡା ଓ ଆଠମଲ୍ଲିକଙ୍କ ସମେତ ଅନୁଗୁଳ, ତାଳଚେର, ପାଳଲହଡା ଓ ଆଠମଲ୍ଲିକ ଉପଖଣ୍ଡର ପ୍ରତିନିଧିତ୍ବ କରୁଥିବା ଜିଲ୍ଲାସଭ୍ୟମାନେ ଯୋଗ ଦେଇଥିଲେ। ବୈଠକକୁ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ସଂଯୋଜନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ।