ମୁଖ୍ୟ ଖବର

ମଜା ମଜା ମ୍ୟାଜିକ ଦେଖାଇବାକୁ ପୁଣି ଅନୁଗୁଳ ଆସୁଛନ୍ତି ବାଦଶାହ, କାଲିଠୁ ମଚାଇବେ ଧୁମ୍

By Biswaranjan Pattnaik

January 16, 2025

ଅନୁଗୁଳ: ଅନୁଗୁଳରେ ମଜା ମଜା ମ୍ୟାଜିକ ଦେଖାଇବାକୁ ପୁଣି ଆସୁଛନ୍ତି ବାଦଶାହ। ବାଦଶାହ ମ୍ୟାଜିକ କମ୍ପାନୀ ଆସନ୍ତା ୧୭ ତାରିଖ ସନ୍ଧ୍ୟାରେ ଅନୁଗୁଳ ସଭା ଘରେ ଧୁମ ମଚେଇବ। କମ୍ପାନୀ ପକ୍ଷରୁ ଦୈନିକ ଦୁଇଟି ଶୋ’ ଅପରାହ୍ନ ୪ ଓ ସନ୍ଧ୍ୟା ୭ ଟାରେ ଆୟୋଜିତ ହେବ। ରବିବାର ତିନୋଟି ଶୋ’ ହେବ।

ଏଥରକ ମୁଖ୍ୟ ଆକର୍ଷଣ ରହିଛି ୨୦ ଫୁଟିଆ ଡାଇନୋସର ଓ ଗଡଜିଲା। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଷ୍ଟେଜ ଉପରେ ବିଶାଳ ଡାଇନୋସର, ଗଡଜିଲା, ଗରିଲା ଆଦିଙ୍କ ସହ ଖେଳିବେ ଯାଦୁଗର ବାଦଶାହ ଖାନ। ଏଥିସହ ମାଇଣ୍ଡ ରିଡିଙ୍ଗ, ଇନ୍ଦ୍ରଜାଲ, ଡିଜିଟାଲ ମ୍ୟୁଜିକ ସାଙ୍ଗକୁ ମନରେ ଭ୍ରମ ସୃଷ୍ଟି କଲା ଭଳି ଚମତ୍କାର ଅଭିନୟ ଓ ମ୍ୟାଜିକର ଅପୂର୍ବ ମିଶ୍ରଣ ଦର୍ଶକଙ୍କୁ ଅଢେଇ ଘଣ୍ଟା ଧରି ବାନ୍ଧି ରଖିବାକୁ ସକ୍ଷମ ହେବ। ସୂଚନାଯୋଗ୍ୟ ଯେ ନୂଆ ନୂଆ ମ୍ୟାଜିକକୁ ନେଇ ପରୀକ୍ଷା ନିରୀକ୍ଷା କରୁଥିବା ବାଦଶାହଙ୍କ ସାରା ଦେଶରେ ବେଶ୍ ଚାହିଦା ରହିଛି। ରେଡକ୍ରସକୁ ସହାୟତା କରିବା ସହ ସମାଜରୁ ଅନ୍ଧବିଶ୍ୱାସ ଦୂର କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି ଯାଦୁଗର ବାଦଶାହ। ଏ ଅବସରରେ ସଂସ୍ଥାର ଜେନେରାଲ ମ୍ୟାନେଜର ଅଲିମ ଖାନ ଓ ଏ.କେ ଶର୍ମା ଉପସ୍ଥିତ ଥିଲେ।