ଘଟଣା ଓ ଦୁର୍ଘଟଣା

ବଜ୍ରପାତ ହେଲା କାଳ! ପ୍ରଥମେ ନଡ଼ିଆ ଗଛକୁ ଜାଳିଲା, ନିଆଁ ଉଡ଼ି ପାଳ ଗଦା ପାଉଁଶ

By Angul TV Bureau

April 09, 2025

ଅନୁଗୁଳ: ବଜ୍ରପାତ ହେଲା କାଳ। ପ୍ରଥମେ ନଡ଼ିଆ ଗଛକୁ ଜାଳିଲା ଆଉ ପରେ ନିଆଁ ଉଡ଼ି ପାଳ ଗଦା ଓ କାଠ ପାଉଁଶ ହୋଇଛି। କାଳବୈଶାଖୀ ପରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି।

ସୂଚନା ମୁତାବକ, ବାଗଡ଼ିଆ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ହଠାତ ବର୍ଷା ପବନ ସାଙ୍ଗକୁ ପ୍ରବଳ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାଗଡ଼ିଆ ବୁଢ଼ାଢ଼ିପସାହିର ଅଖିଳ ପ୍ରଧାନଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ ହଠାତ ଜଳିବାକୁ ଲାଗିଥିଲା। ପ୍ରାୟ ୫ ମିନିଟ ଧରି ନଡ଼ିଆ ଗଛରେ ନିଆଁ ଲାଗିବା ପରେ ସେହି ନିଆଁ ଉଡି ନିକଟରେ ଥିବା ରମାକାନ୍ତ ମହାପାତ୍ରଙ୍କ ପାଳ ଗଦା ଓ ଘର ଛପର ପାଇଁ ରଖିଥିବା କାଠ ସବୁ ନିଆଁ ଲାଗି ଯାଇଥିଲା। ଏନେଇ ଛେଣ୍ଡିପଦା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। କିନ୍ତୁ ଅଗ୍ନିଶମ ବାହିନୀ ନ ପହଞ୍ଚିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକେ ନିଆଁ ଲିଭାଇଥିଲେ। ବଜ୍ରପାତରେ ରମାକାନ୍ତ ମହାପାତ୍ରଙ୍କ ବହୁ ମୂଲ୍ୟ କାଠ ନଷ୍ଟ ହୋଇଥିବା ସେ କହିଛନ୍ତି।