ମୁଖ୍ୟ ଖବର

ନାଲକୋ ପଲ୍ଲୀଶ୍ରୀ ମେଳାରେ ଆମ ଜଙ୍ଗଲ ଯୋଜନା ଟିମ୍

By Biswaranjan Pattnaik

September 23, 2025

ଅନୁଗୁଳ: ନାଲକୋନଗରରେ ଚାଲିଥିବା ଜାତୀୟ ପଲ୍ଲୀଶ୍ରୀ ମେଳାରେ ଅନୁଗୁଳ ବନଖଣ୍ଡର ଆମ ଜଙ୍ଗଲ ଯୋଜନା ଟିମ୍ ଭାଗ ନେଇ ଅନେକ ପ୍ରଶଂସା ସାଉଣ୍ଟିଛି। ଦଳର ସଦସ୍ୟ ମାନେ ସେମାନଙ୍କ ଷ୍ଟଲରେ ନିଜ ହାତ ତିଆରି ଅନେକ ଦ୍ରବ୍ୟ ପ୍ରଦର୍ଶିତ ଲ କରିବା ସହ ବିକ୍ରୟ କରୁଛନ୍ତି। ଗ୍ରାମୀଣ ଅଞ୍ଚଳର ଖାଦ୍ୟ ଶସ୍ୟ,ମହୁ, ଝୁଣା ଠାରୁ ଆରମ୍ଭକରି ବିଭିନ୍ନ ପୋଷକପତ୍ର ତିଆରି କରି ବିକ୍ରୟ କରୁଛନ୍ତି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ତାଲିମ ନେଇ ଗ୍ରାମୀଣ ଭାରତରେ ଆଦୃତି ପାଉଥିବା ବିଭିନ୍ନ ଶୁଖିଲା ଖାଦ୍ୟ ବିଶେଷ କରି ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଏବଂ ଅନ୍ୟାନ୍ୟ ପଦାର୍ଥ ବିକୁଛନ୍ତି।ଏହାଦ୍ବାରା ମହିଳା ମାନେ ଆତ୍ମନିର୍ଭରଶୀଳ ହେବା ସହ ପରିବାର ପ୍ରତିପୋଷଣରେ ସେମାନଙ୍କ ଗୁରୁ ଭୂମିକା ନିର୍ବାହ କରୁଛନ୍ତି। ପଲ୍ଲୀଶ୍ରୀ ମେଳାରେ ଶହ ଶହ ଗ୍ରାହକ ଅନୁଗୁଳ ବନଖଣ୍ଡ ଦ୍ଵାରା ପ୍ରାୟୋଜିତ ତଥା ମହିଳା ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଷ୍ଟଲ୍ ବୁଲି ଦେଖିବା ସହ ବିଭିନ୍ନ ଉତ୍ପାଦ କିଣୁଥିବା ଦେଖିବାକୁ ମିଳୁଛି।