ଘଟଣା ଓ ଦୁର୍ଘଟଣା

କେନାଲକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ, ୫ ଘଣ୍ଟା ଖୋଜାଖୋଜି ପରେ ବି ମିଳୁନି ପତ୍ତା

By Angul TV Bureau

April 19, 2025

ଅନୁଗୁଳ: କେନାଲକୁ ଡେଇଁ ଯୁବକ ନିଖୋଜ। ଆଜି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ପୋଲ ଉପରୁ କେନାଲକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଛନ୍ତି। ଯୁବକଙ୍କ ପରିଚୟ ଏବେ ଯାଏଁ ଜଣାପଡ଼ିନଥିବା ବେଳେ ପୁଲିସ ପରିଚୟ ଖୋଜୁଛି।

ସୂଚନା ମୁତାବକ, ଗୋତମରା ଗ୍ରାମ ଦେଇ ଯାଇଥିବା କେନାଲକୁ ଜଣେ ବ୍ୟକ୍ତି ଡେଇଁ ପଡ଼ିଥିବା ନେଇ ବଅଁରପାଳ ପୁଲିସ ଖବର ପାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ଦୀର୍ଘ ପାଞ୍ଚ ଘଣ୍ଟା ଖୋଜାଖୋଜି କରିଥିଲେ ମଧ୍ୟ ଖବର ଲେଖା ହେବା ଯାଏଁ ପତ୍ତା ମିଳିନଥିଲା। ଘଟଣାସ୍ଥଳରେ ବଅଁରପାଳ ତହସିଲଦାର ପହଞ୍ଚି ଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ। ରାତି ହୋଇଥିବାରୁ ଆଜି ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ଆସନ୍ତାକାଲି ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଯୋଗଦେବେ ବୋଲି ବଅଁରପାଳ ତହସିଲଦାର ସୂଚନା ଦେଇଛନ୍ତି।