oplus_4456448

ମୁଖ୍ୟ ଖବର

ଅନୁଗୋଳ ବନ୍ଦ ସଫଳ: ଜିଲ୍ଲାବାସୀଙ୍କୁ କଂଗ୍ରେସର କୃତଜ୍ଞତା

By Angul TV Bureau

August 13, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଗତକାଲିର ଜିଲ୍ଲା ବନ୍ଦକୁ ଶାନ୍ତିପୂର୍ଣ୍ଣ ଓ ସଫଳ କରାଇଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କୋଇଲା ଓ ପାଉଁଶ ପରିବହନଜନିତ ପ୍ରଦୂଷଣ, ସଡ଼କ ଦୁର୍ଘଟଣା ଏବଂ କୋଶଳା ଗ୍ରାମର ଆନ୍ଦୋଳନକାରୀଙ୍କୁ ବିନା ସର୍ତ୍ତରେ ଖଲାସ ଦାବି ପ୍ରସଙ୍ଗ ଉଠାଯାଇଥିଲା। ବନ୍ଦକୁ ସମର୍ଥନ କରିଥିବା ବଣିକ ସଂଘ, ଟ୍ରକ୍ ଓ ବସ୍ ମାଲିକ ସଂଘ ସମେତ ସମସ୍ତ ସାମାଜିକ ଅନୁଷ୍ଠାନ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଯାଇଥିଲା।

ଏଥିସହ, ପିକେଟିଂ ବେଳେ କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗରେ ଟାଉନ୍ ଥାନାରେ ଏତଲା ଦିଆଯିବା ସହ ଏନ୍.ଟି.ପି.ସି. ଥାନା ଅଧିକାରୀଙ୍କ ଆଚରଣ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରାଯାଇଥିବା ପ୍ରକାଶ ପାଇଛି। ଏହି ସମ୍ମିଳନୀରେ ସସ୍ମିତା ବେହେରା, ତପନ ପ୍ରଧାନ, ବଲବିର ସିଂହ, ସରୋଜ ପ୍ରଧାନ, ସୁଦୀପ ମିଶ୍ର, ଗୋପାଳ ଚନ୍ଦ୍ର ନାଥଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ।