ମୁଖ୍ୟ ଖବର

ଟିଟିପିଏସ୍ ବନ୍ଦ ପ୍ରତିବାଦରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ୭ ଘଂଟିଆ ବନ୍ଦ

By Angul TV Bureau

April 08, 2021

ଅନୁଗୁଳ : ବୁଧବାର ୭ ଘଂଟିଆ ଅନୁଗୁଳ ବନ୍ଦ । ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ପ୍ରତିବାଦରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ଏବଂ ସମସ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। । ଫଳରେ ବ୍ଲକ ଅଂଚଳରେ ଥିବା ବିଭିନ୍ନ ରାସ୍ତା ଉପରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ବୁଧବାର ସକାଳ ୬ଟାଠାରୁ ଦଳୀୟକର୍ମୀମାନେ ଜିଲ୍ଲାର ବିଭିନ୍ନ ଛକରେ,ସରକାରୀ କାର୍ଯ୍ୟାଳୟ ସାମ୍ମା ଓ ରାଜରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

କଣିହାଁ ବ୍ଲକର ଏନଟିପିସି ପ୍ଲାଣ୍ଟର ମୁଖ୍ୟଫାଟକ ସମ୍ମୁଖରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଯୋଗୁଁ ଶ୍ରମିକମାନେ ସକାଳୁ ସେମାନଙ୍କ କାର୍ଯ୍ୟରେ ଯୋଗଦେଇ ପାରିନଥିଲେ । ତାଳଚେର ଓ କଣିହାଁ କୋଇଲା ଖଣିରୁ ରେଳ ଯୋଗେ ଏନଟିପିସିକୁ ଆସୁଥିବା କୋଇଲା ପରିବହନରେ ବାଧାପ୍ରାପ୍ତ ହୋଇଥିଲା ।ଆଜି ଏହି ବନ୍ଦ ପାଳନରେ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀର ବିଜେଡି କର୍ମୀମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି। ଦିନ ଗୋଟାଏ ବେଳେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥଲା।