ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ମୁଣ୍ଡାସାହିରୁ ଏକ କ୍ଷତାକ୍ତ ହରିଣ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ। ରବିବାର ସକାଳେ ହରିଣ ଛୁଆକୁ କୁକୁର ଗୋଡ଼ାଉଥିବା ବନ ବିଭାଗକୁ ଖବର ମିଳିଥିଲା। ଖିଣ୍ଡା ସେକ୍ସନ ଟିମ୍ ତୁରନ୍ତ ପହଞ୍ଚି କୁକୁର ମୁହଁରୁ ହରିଣ ଛୁଆକୁ ଉଦ୍ଧାର କରିଥିଲେ। ହରିଣ ଛୁଆକୁ ବନ୍ତଳା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚିକିତ୍ସା କରାଯିବା ସହିତ ନିରୀକ୍ଷଣରେ ରଖାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ ଫରେଷ୍ଟର ଶ୍ରୀନିବାସ ସାହୁ, ଫରେଷ୍ଟଗାର୍ଡ୍ ସିତୁ ବେହେରା, ହାତୀ ସ୍କ୍ୱାର୍ଡ ତରୁଣ ଦେହୁରୀ, ଯୁଗଳ ମୁଦୁଲି, ସରୋଜ ପ୍ରଧାନ ଓ ଗଜମିତ୍ର ସଞ୍ଜୟ ବେହେରା ପ୍ରମୁଖ ସାମିଲ୍ ଥିଲେ ।