ଘଟଣା ଓ ଦୁର୍ଘଟଣା

ବନବିଭାଗ ପକ୍ଷରୁ ଲାଗିଥିବା ହାଇମାଷ୍ଟ ଲାଇଟ ଚୋରି

By Angul TV Bureau

June 16, 2025

ଅନୁଗୁଳ: ଜିଲ୍ଲାରେ ହାତୀ ପ୍ରବଣ ଅଞ୍ଚଳ ଗୁଡିକରେ ରାତି ସମୟରେ ଲୋକେ ଯାତାୟାତ କରିବା ରେ ସୁବିଧା ପାଇଁ ବନବିଭାଗ ହାଇମାଷ୍ଟ ଲାଇଟ ବ୍ୟବସ୍ଥା କରିଛି। ବିଶେଷ କରି ବନ୍ତଳା ବନାଞ୍ଚଳ ଅଧୀନରେ ଥିବା ଗାଁ ଗୁଡିକୁ ଏହି ସୁବିଧା ଯୋଗାଇ ଦେଉଛି ବନବିଭାଗ। କିନ୍ତୁ କିଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଲୋକଙ୍କ ସେବାରେ ଏହି ଲାଇଟ ଲାଗି ପାରୁ ନଥିବା ଦେଖାଯାଉଛି। ଗତ ତିନିଦିନ ତଳେ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗାଁ ମୁଣ୍ଡ ଶନିମନ୍ଦିର ପାଖରେ ଲାଗିଥିବା ହାଇମାଷ୍ଟ ଲାଇଟକୁ କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ଦେଖାଯାଇଛି। ୬ଟି ଏଲଇଟି ଲାଇଟ ଏହି ହାଇମାଷ୍ଟ ମଧ୍ୟରେ ଖଞ୍ଜା ଯାଇଥିବା ବେଳେ ଗୋଟିଏ ବି ଲାଇଟ ଖୁଣ୍ଟରେ ଆଉ ନାହିଁ।  ଏହି ଅଞ୍ଚଳଟି ପନିପରିବା ସାଙ୍ଗକୁ କଦଳୀ ଚାଷ ପାଇଁ ବେସ ଖ୍ୟାତି ଲାଭ କରିଛି। ସକାଳୁ ସଞ୍ଜ ଯାଏ ଚାଷୀ ମାନେ କ୍ଷେତରେ ରହି କାମ କରିଥାନ୍ତି। ଏହି ଲାଇଟ ଚୋରି ହୋଇଯିବା ଫଳରେ।ଏହି ଅଞ୍ଚଳର ଚାଷୀଙ୍କ ମନରେ ପୁଣି ଥରେ ହାତୀ ସହ ଅନ୍ୟ ଜଙ୍ଗଲୀ ଜନ୍ତୁଙ୍କ ଭୟ ସୃଷ୍ଟି ହୋଇଛି।