ଅନ୍ୟାନ୍ୟ

ଶପଥ ନେଲେ ଅନୁଗୁଳ ଓକିଲ ସଂଘର ନୂତନ କର୍ମକର୍ତ୍ତା

By Swagatika Samantray

March 27, 2023

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ସୋମବାର ସଂଘ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ରକିଛନ୍ତି। ସଭାପତି ଦିଲୀପ ସାହୁ ଓ ଉପସଭାପତି ନିରୋଦ କୁମାର ମିଶ୍ରଙ୍କୁ ସଂଘର ବରିଷ୍ଠ ସଭ୍ୟ ସୁବାଷ ଚନ୍ଦ୍ର ମିଶ୍ର ପଦ ଓ ଗୋବନୀୟତାର ଶପଥପାଠ କରାଇଥିଲେ। ସେହିଭଳି ବରିଷ୍ଠ ସଭ୍ୟ ପରମାନନ୍ଦ ମିଶ୍ର ସାଧାରଣ ସମ୍ପାଦକ ହିମାଂଶୁ ଭୁଷଣ ସାମଲ ଓ ସହସମ୍ପାଦକ ପ୍ରେମାନନ୍ଦ ସାହୁଙ୍କୁ ପଦ ଓ ଗୋବନୀୟତାର ଶପଥପାଠ କରାଇଥିଲେ। ସଂଘର କୋଷାଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ ଓ ସାଂସ୍କୃତିକ ସଂପାଦକ ପ୍ରଦୀପ ଚନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ସଭ୍ୟ ବସନ୍ତ ଦାସ ପଦ ଓ ଗୋବନୀୟତାର ଶପଥପାଠ କରାଇଥିଲେ।

ଏହି ଅବସରରେ ନବ ନିର୍ବାଚିତ କର୍ମକର୍ତ୍ତାମାନେ ସେମାନଙ୍କ  ବକ୍ତବ୍ୟ ପ୍ରଦାନ କରିଥିଲେ। ଚଳିତବର୍ଷ ସଂଘର ନିର୍ବାଚନ ଅଧିକାରୀ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ସଂଘର ସଭ୍ୟ ଅଶୋକ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ବେହେରା, ଦିଲୀପ କୁମାର ପ୍ରଧାନ, ଶିବରାମ ଦେହୁରୀ, ହୃଦୟନାଥ ସାହୁ, ନିତ୍ୟରଞ୍ଜନ ପଟ୍ଟନାୟକ, ଧର୍ମେନ୍ଦ୍ରନାଥ ମିଶ୍ର, ସତ୍ୟବ୍ରତ ବିଶ୍ବାଳ, ସତ୍ୟଜିତ ଗଡ଼ନାୟକ, ସୁମନ୍ତ ବିଶ୍ବାଳ, ସିଦ୍ଧେଶ୍ବରୀ ନନ୍ଦନ ମିଶ୍ର, ନିର୍ମଳ ପ୍ରଧାନ, ପ୍ରବୋଧ ମହାପାତ୍ର, ବିଶ୍ବରଂଜନ ସିଂହ ପ୍ରମୁଖ ସହଯୋଗ କରିଥିଲେ।