ଅନୁଗୁଳ: ଜମ୍ମୁ-କାଶ୍ମୀର ପହଲଗାମଠାରେ ପର୍ଯ୍ୟଟନଙ୍କ ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣକୁ ତୀବ୍ର ନିନ୍ଦା କରିଛି ଅନୁଗୁଳ ଓକିଲ ସଂଘ।ଏ ଅବସରରେ ଗୁରୁବାର ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ନେତୃତ୍ୱରେ ଜିଲ୍ଲା କୋର୍ଟ ପରିସରରେ ଥିବା ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଆଇନଜୀବୀ ମାନେ ଧାରଣା ଦେଇଥିଲେ। ମୃତକଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।ଶୋକ ସଭାରେ ଆଇନଜୀବୀ ରମେଶ ସାହୁ, ରଞ୍ଜନ ମିଶ୍ର, ଦିଲ୍ଲୀପ ଦାସ, ଅର୍ଜୁନ ମୁଦୁଲି, ଶତ୍ରୁଘ୍ନ ସାହୁ, ସୁଦିପ ମିଶ୍ର, କୁଶ ସାହୁ, ଅଭିଷେକ ପ୍ରଧାନ, ଆଶୀର୍ବାଦ ସାହୁ, ବିନୋଦ ପ୍ରଧାନ, ପ୍ରାର୍ଥସାରଥୀ ପ୍ରଧାନ, ଅକ୍ଷୟ ସାହୁ, ନିପୁ ଭୂତିଆ, ଜ୍ୟୋତିର୍ମୟୀ ସାହୁ, ସସ୍ମିତା ବେହେରା, ଗୀତାଞ୍ଜଳି ବାଘଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।