ଅନୁଗୁଳ: ସ୍ଥାନୀୟ ଅମଲାପଡା ପଡିଆରେ ଆସନ୍ତା ୩ ଏପ୍ରିଲରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୧୯ ତମ ମା’ ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। କଟକର ମୂର୍ତ୍ତି କାରିଗର ମାନେ ଦେବୀଙ୍କ ପ୍ରତିମୂର୍ତ୍ତି ତିଆରିରେ ବ୍ୟସ୍ତ ଅଛନ୍ତି। ମୂର୍ତ୍ତିରେ ପରିବେଶ ଅନୁକୂଳ ରଙ୍ଗ ବ୍ୟବହାର କରାଯିବ ବୋଲି କର୍ମକର୍ତା ଜଣାଇଛନ୍ତି।ତୋରଣ ଓ ଅନ୍ୟାନ୍ୟ ସାଜସଜ୍ଜା ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାର ମାନେ ଅଭ୍ୟାସ ଜାରି ରଖିଛନ୍ତି। ପରୀକ୍ଷା ଋତୁ ସରିବାକୁ ବସିଥିବାରୁ ଚଳିତ ପୂଜାରେ ଅଧିକ ଜନ ସମାଗମ ହେବ ବୋଲି ଆଶା କରାଯାଉଛି।