ଅନ୍ୟାନ୍ୟ

ଗଣେଶ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ, ରିତେନ୍ଦ୍ର ସେନାପତିଙ୍କୁ ସଭାପତି ଦାୟିତ୍ୱ

By Angul TV Bureau

August 02, 2025

ଅନୁଗୁଳ: ଚଳିତ ବର୍ଷ ଗଣେଶ ପୂଜା ପାଳନ ପାଇଁ ବଜାରପଡ଼ା ୟୁନିକ୍ ୟୁଥ୍ କ୍ଲବର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ପୂଜା ମଣ୍ଡପ ପରିସରରେ ଦୀପକ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ୪୦ ରୁ ଅଧିକ ସଦସ୍ୟ ଯୋଗଦେଇଥିଲେ। ଏଥିରେ ପୂର୍ବ ବର୍ଷର ଆୟ, ବ୍ୟୟର ବିବରଣୀ ପାଠ କରାଯାଇଥିଲା। ପରେ ଉପଦେଷ୍ଟା କମିଟି ଓ ସଦସ୍ୟ ମାନେ ନୂତନ କର୍ମକର୍ତ୍ତା ଚୟନ କରିଥିଲେ।

କ୍ଲବର ସଭାପତି ଭାବେ ରିତେନ୍ଦ୍ର ସେନାପତି, ସମ୍ପାଦକ ଭାବେ ଦୀପକ କୁମାର ସ୍ବାଇଁ, ଉପସଭାପତି ଭାବେ ଦିବ୍ୟ ରଞ୍ଜନ ଜେନା, ଆଶିଷ ସାହୁ, ସହ ସମ୍ପାଦକ ଭାବେ ହାଇଦର ଅଲ୍ଲୀ, ସୌଭାଗ୍ୟ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ ଦୀପକ ସାହୁ ସହ କୋଷାଧ୍ୟକ୍ଷ ଭାବେ ସୌମ୍ୟ ରଞ୍ଜନ ଜେନାକୁ ଚୟନ କରାଯାଇଥିଲା।ସେହିପରି ଉପଦେଷ୍ଟା ମଣ୍ଡଳୀରେ ବିଜୟ ଜେନା, ଅନିଲ ରାଉତ, ଅକ୍ଷୟ ଜେନା, ଗୋବିନ୍ଦ ମୋଦୀ, ଏମଡି ସକିଲ, ରଞ୍ଜିତ ମାଣ୍ଡୋଠିଆ, ଆଶିଷ ଅଗ୍ରୱାଲ, ସୁଶାନ୍ତ ରାଉତଙ୍କୁ ସ୍ଥାନ ଦିଆଯାଇଛି।