ଅନୁଗୁଳ: ଅନୁଗୁଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ବରିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ଅଜିତ ସିଂହ ସାମନ୍ତଙ୍କ ଆଜି ସକାଳେ ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଅନୁଗୁଳ ରାଜପୁତ କ୍ଷତ୍ରିୟ ସମାଜର ଜଣେ ବରିଷ୍ଠ ସଦସ୍ୟ ଥିଲେ। ତାଙ୍କ ଜନ୍ମସ୍ଥାନ ରାଣିଗୁଡ଼ା। ତାଙ୍କ ପରଲୋକ ଖବର ପାଇ ବିଏଡ୍ କଲେଜର ବହୁ କର୍ମଚାରୀ,ଅଧ୍ୟାପକଙ୍କ ସମେତ ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ ଅନୁଗୁଳ ମେଡ଼ିକାଲରେ ପହଞ୍ଚି ଶେଷ ଦର୍ଶନ କରିବା ଶହ ପରିବାର ଲୋକଙ୍କୁ ଶାନ୍ତ୍ବନା ଦେଇଥିଲେ।