ଅନ୍ୟାନ୍ୟ

ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଡବଲ ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ ଉତ୍ସାହିତ କରିବାକୁ ଆହ୍ୱାନ

By Angul TV Bureau

May 10, 2024

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ ଭୋଗବେରଣୀ ପଞ୍ଚାୟତ, ଗିରାଙ୍ଗ ପଞ୍ଚାୟତ, ବଳରାମପ୍ରସାଦ ପଞ୍ଚାୟତରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ସଂଯୁକ୍ତା ସିଂହ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଟାମଡା ଅଧ୍ୟକ୍ଷ ମୀନକେତନ ଅମାନ୍ତ , ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ, ଅନୁଗୁଳ ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଅରୂପ ଶ୍ରୀଚନ୍ଦନ, ବିଜୁ ଜନତା ଦଳ ରାଜ୍ୟ ଉପ ସଭାପତି ନିର୍ମଳ ଚନ୍ଦ୍ର ସାହୁ, ବାଲେଶ୍ୱର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ବାବୁ, ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ ଉପ ସଭାପତି ବାଉରୀ ବନ୍ଧୁ ସାହୁ, ୨୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ନାଏକ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ତିନୋଟି ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ଓ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ସଙ୍ଗଠନ ଓ ଆଗାମୀ ନିର୍ବାଚନ ରଣନୀତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏଥିସହ କିପରି ଲୋକେ ଯୋଡି ଶଙ୍ଖରେ ଭୋଟ ଦେବେ ସେଥିପାଇଁ ଉଦବୋଧନ ଦେଇଥିଲେ।