ମୁଖ୍ୟ ଖବର

ଅନୁଗୁଳ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର: ତାଲିମ ନେଲେ ଜୋନ ନଂ ୧ ଓ ଜୋନ ନଂ ୩ର ସଭ୍ୟବୃନ୍ଦ

By Angul TV Bureau

December 06, 2023

ଅନୁଗୁଳ: ଅନୁଗୁଳ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ୩ ଦିନ ଚାଲିବାକୁ ଥିବା ଏହି ଶିବିରର ପ୍ରଥମ ଦିନରେ ଜୋନ ନଂ ୧ ଓ ଜୋନ ନଂ ୩ର ସଭ୍ୟଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ବିଜେଡି ସହ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ, ପ୍ରଶିକ୍ଷକ ଅରୂପ ଶ୍ରୀଚନ୍ଦନ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଲିଗାଲ ସେଲ ଅଧ୍ୟକ୍ଷ ପରମାନନ୍ଦ ମିଶ୍ର, ନଗରପାଳ ଅକ୍ଷୟ କୁମାର ସାମନ୍ତ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବିଜେଡି ସଭାପତି ସରୋଜ ସାହୁ, ଟାମଡା ଅଧ୍ୟକ୍ଷ ମୀନକେତନ ଅମାନ୍ତ, ଜିଲ୍ଲା ପରିଷଦ ଜୋନ ପର୍ଯ୍ୟବେକ୍ଷକ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପଞ୍ଚାୟତ ବିଜେଡି ସଭାପତି ଓ ବରିଷ୍ଠ ନେତୃ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ।