ମୁଖ୍ୟ ଖବର

ଅନୁଗୁଳରେ ବିଜେଡିର ପ୍ରସ୍ତୁତି ବୈଠକ: ସରକାରର ଚାଷୀ ମାରଣ ନୀତି ବିରୋଧରେ ଆସନ୍ତା ୧୧ ରେ ଚାଷୀ ସମାବେଶ

By Angul TV Bureau

February 06, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ସରକାରର ଚାଷୀ ମାରଣ ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ମିଛ ପ୍ରତିଶ୍ରୁତି ବିରୋଧରେ ଆସନ୍ତା ଫେବୃୟାରୀ ୧୧ ତାରିଖରେ ହେବାକୁ ଯାଉଥିବା ଚାଷୀ ସମାବେଶ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି।

ଏହି ବୈଠକରେ ପୂର୍ବତନ ଉପ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହ, ବିଧାୟକ ଆଠମଲ୍ଲିକ ନଳିନୀକାନ୍ତ ପ୍ରଧାନ, ପୂର୍ବତନ ବିଧାୟକ ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲା ବିଜେଡ଼ିର ସମସ୍ତ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ ବ୍ଲକର ସଭାପତି ଓ ଅନୁଗୁଳ ଜିଲ୍ଲା ବିଜେଡ଼ି ପଦାଧିକାରୀ ଉପସ୍ଥିତ ଥିଲେ।ବୈଠକରେ ଚାଷୀ ସମାବେଶ ସଫଳ କରିବା ପାଇଁ ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଆନ୍ତରିକ ପ୍ରଚେଷ୍ଟା କରିବା ପାଇଁ ଆହ୍ୱାନ କରାଯାଇଛି।