ଅନ୍ୟାନ୍ୟ

ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ: ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ

By Angul TV Bureau

April 18, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିକଶିତ ଭାରତ ପାଇଁ ବିକଶିତ ଅନୁଗୁଳ ଗଠନ କରିବା ଦିଗରେ ସଦାସର୍ବଦା ଚେଷ୍ଟିତ ବୋଲି କହିଥିଲେ। ଦିଲ୍ଲୀପ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ବିଜେପି ପ୍ରତିଷ୍ଠା ଦିବସ ପକ୍ଷରେ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖି ଦଳର ସଂଗଠନ କିପରି ଆହୁରି ସୁଦୃଢ଼ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ମିଳନୀରେ ଅନୁଗୁଳ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ବିଜେପି ନେତା ଅନୁଗୁଳ ପୌରପାଳିକାର ପୂର୍ବତନ ନଗରପାଳ ଭକ୍ତିପ୍ରସାଦ ଦାସ, କାର୍ଯ୍ୟକ୍ରମର ସଂଯୋଜକ ତଥା ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ସରୋଜ ଜେନା, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ବେହେରା, ମୀରା ଗଡ଼ନାୟକ, ଦଳର ନେତୃମଣ୍ଡଳୀ, ମଣ୍ଡଳ ସଭାପତି, ସରପଞ୍ଚ, ସମିତି ସଭ୍ୟ ଓ ବିଧାନସଭାର ସଦସ୍ୟ ଉପସ୍ଥିତ ଥିଲେ।