ଅନ୍ୟାନ୍ୟ

ଧାମନଗରରେ ବିଜେପିର ବିପୁଳ ବିଜୟ, ରାଜ୍ୟ ନେତୃବୃନ୍ଦଙ୍କୁ ସାଧୁବାଦ ଜଣାଇଲେ ଅନୁଗୁଳ ଜିଲ୍ଲା ବିଜେପି

By Angul TV Bureau

November 06, 2022

ଅନୁଗୁଳ : ଓଡ଼ିଶାର ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଏ ବିଜୟ ପାଇଁ ଧାମନଗରବାସୀଙ୍କୁ ସାଧୁବାଦ ଦେବା ସହ ଓଡିଶାର ବିଜେପି ନେତୃତ୍ୱଙ୍କୁ ଧନ୍ୟବାଦ ଦେଇଛି ଅନୁଗୁଳ ଜିଲ୍ଲା ବିଜେପି।

ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି, ସରକାରୀ ଦଳର ବାହୁ ବଳ, ଅର୍ଥ ବଳ, ଗୁଣ୍ଡା ରାଜ, ସରକାରୀ କଳର ବ୍ୟାପକ ଅପବ୍ୟବହାର ସତ୍ତ୍ୱେ ଧାମନଗରବାସୀ ବିଜେପିକୁ ବିପୁଳ ଭୋଟ ଦେଇ ବିଜୟୀ କରିଥିବାରୁ ଧାମନଗରର ଜନସାଧାରଣଙ୍କୁ ସାଧୁବାଦ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣ କୌଶଳ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେରଶ୍ୱରୀ, ସୁନୀଲ ବଂଶଲ ଏବଂ ବିଜେପି ରାଜ୍ୟ ନେତୃତ୍ୱ ରାଜ୍ୟ ସଭାପତି ସମୀର ମହାନ୍ତି, ମନମୋହନ ସାମଲ ଏବଂ ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଧନ୍ୟବାଦ ଦିଆ ଯାଇଛି।

ଏ ଅବସରରେ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସଂସଦ ରୁଦ୍ର ନାରାୟଣ ପାଣି, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଓ ଭାଗିରଥି ପ୍ରଧାନ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ଦିଲ୍ଲୀପ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦୀପ ଗଡ଼ନାୟକ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ପ୍ରମୁଖ ଯୋଗ ଦେଇଥିଲେ।